Skip to Content

ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଝିଅ

ନୂଆପଡ଼ା ଥାନା ଝାଞ୍ଜିମୁଣ୍ଡା ଗାଁରେ ଅଘଟଣ। ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତକ ମହିଳା ହେଲେ ଲଳିତା ମାଝୀ । ହେଲେ ସୌଭାଗ୍ୟବଶତଃ ତାଙ୍କ ଝିଅ ବର୍ତ୍ତିଯାଇଛନ୍ତି । ତେବେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।

ଶନିବାର ରାତିରେ ଲଳିତାଙ୍କ ପରିବାର ଲୋକ ଖାଇସାରିବା ପରେ ଶୋଇଥିଲେ । ସ୍ବାମୀ ଖଟରେ ହୋଇଥିବାବେଳେ ଲଳିତା ଏବଂ ତାଙ୍କ ୫ ବର୍ଷର ଝିଅ ତଳେ ଶୋଇଥିଲେ। ତେବେ ମଶାରୀ ବାନ୍ଧି ମାଆ ଓ ଝିଅ ଶୋଇଥିଲେ ବି ଏକ ବିଷାକ୍ତ ସାପ ମଶାରୀ ଭିତରକୁ ପଶି ଲଳିତାଙ୍କୁ କାମୁଡି ଦେଇଥିଲା । ବିଳମ୍ବିତ ରାତିରେ ପରିବାର ଲୋକେ ଲଳିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ବିଳମ୍ବିତ ରାତିରେ ଚିକତ୍ସାଧିନ ଅବସ୍ଥାରେ ଲଳିତାଙ୍କ ମୃତ୍ୟୁ ହୋଇଥିଲା । ତେବେ ମାଆଙ୍କ ପାଖରେ ଶୋଇଥିବା ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ମୁତାବକ, ଶନିବାର ରାତିରେ ଲଳିତାଙ୍କ ପରିବାର ଲୋକ ଖାଇସାରିବା ପରେ ଶୋଇଥିଲେ । ସ୍ବାମୀ ଖଟରେ ହୋଇଥିବାବେଳେ ଲଳିତା ଏବଂ ତାଙ୍କ ୫ ବର୍ଷର ଝିଅ ତଳେ ଶୋଇଥିଲେ। ତେବେ ମଶାରୀ ବାନ୍ଧି ମାଆ ଓ ଝିଅ ଶୋଇଥିଲେ ବି ଏକ ବିଷାକ୍ତ ସାପ ମଶାରୀ ଭିତରକୁ ପଶି ଲଳିତାଙ୍କୁ କାମୁଡି ଦେଇଥିଲା । ବିଳମ୍ବିତ ରାତିରେ ପରିବାର ଲୋକେ ଲଳିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ବିଳମ୍ବିତ ରାତିରେ ଚିକତ୍ସାଧିନ ଅବସ୍ଥାରେ ଲଳିତାଙ୍କ ମୃତ୍ୟୁ ହୋଇଥିଲା । ତେବେ ମାଆଙ୍କ ପାଖରେ ଶୋଇଥିବା ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଝିଅ
Legendary Odisha 31 August 2025
Share this post
Archive
🏥
Full E-Clinic Setup Service
AI-Powered Healthcare Technology Solutions
Get Started
ବାଇକ୍‌କୁ ଧକ୍କା ଦେଲା କାର୍, ବାଇକ୍‌ ଚାଳକ ଗୁରୁତର
ଆଜି ସକାଳେ ଲମତାପୁଟ ଠାରୁ ଦୁଇ କିମି ଦୂର ମାଲେଗାଂ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ହସ୍ପିଟାଲରେ ଭର୍ତ୍ତି ହେଇଥିବା ଜଣାଯାଇଛି |