Skip to Content

ପୁରୀ ଟାଇଟନ୍ସ, କଟକ ପାନ୍ଥର୍ସ ବିଜୟୀ

ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓଟିପିଏଲ୍‌)ର ସୋମବାର ପୁରୀ ଟାଇଟନ୍ସ ଓ କଟକ ପାନ୍ଥର୍ସ ବିଜୟୀ ହୋଇଛନ୍ତି। ଅପରାହ୍‌ଣ ମ୍ୟାଚ୍‌ରେ ପୁରୀ ଟାଇଟନ୍ସ ୪୫ ରନ୍‌ରେ ରାଉରକେଲା....

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓଟିପିଏଲ୍‌)ର ସୋମବାର ପୁରୀ ଟାଇଟନ୍ସ ଓ କଟକ ପାନ୍ଥର୍ସ ବିଜୟୀ ହୋଇଛନ୍ତି। ଅପରାହ୍‌ଣ ମ୍ୟାଚ୍‌ରେ ପୁରୀ ଟାଇଟନ୍ସ ୪୫ ରନ୍‌ରେ ରାଉରକେଲା ଷ୍ଟିଲର୍ସକୁ ପରାସ୍ତ କରି ଦ୍ୱିତୀୟ ବିଜୟ ପାଇଛି। ବର୍ଷା ପାଇଁ ମ୍ୟାଚ୍‌ ୧୮ ଓଭର ବିଶିଷ୍ଟ ହୋଇଥିଲା। ଟସ୍‌ ହାରି ବ୍ୟାଟିଂ କରିଥିବା ପୁରୀ ୭ ୱିକେଟ୍‌ ହରାଇ ୧୬୧ରନ କରିଥିଲା। ରାଜେଶ ମହାନ୍ତି ୪୫ ଏବଂ କାର୍ତ୍ତିକ ବିଶ୍ୱାଳ ୪୨ ରନ୍‌ କରିଥିଲେ। ରାଉରକେଲା ପକ୍ଷରୁ ପ୍ରଦୀପ ପ୍ରଧାନ ୩ ୱିକେଟ୍‌ ନେଇଥିଲେ। ପୁଣି ବର୍ଷା ଯୋଗୁଁ ଡିଏଲ୍‌ଏସ୍ ମେଥଡ୍‌ରେ ରାଉଲକେଲା ଦଳକୁ ୧୦.୪ ଓଭରରେ ୯୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ରାଉରକେଲା ୧୦.୪ ଓଭରରେ ୫ ୱିକେଟ ହରାଇ ୫୧ ରନ୍‌ କରିପାରିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି କାର୍ତ୍ତିକଙ୍କୁ ଅତିଥି କ୍ରୀଡ଼ା ସଂଗଠକ କିଶୋର ବେହେରା ପୁରସ୍କାର ପ୍ରଦାନ କରିଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ବିପ୍ଳବ ସାମନ୍ତରାୟ (୨.୪-୦-୨୯-୪)ଙ୍କ ଘାତକ ବୋଲିଂରେ କଟକ ପାନ୍ଥର୍ସ ୧୭ ରନ୍‌ରେ ସମ୍ବଲପୁର ୱାରିୟର୍ସକୁ ହରାଇଛି। ବର୍ଷା ପାଇଁ ମ୍ୟାଚ୍‌ ୧୨ ଓଭରିଆ ଖେଳାଯାଇଥିଲା। କଟକ ପାନ୍ଥର୍ସ ୯ ୱିକେଟ୍ ହରାଇ ୧୨୮ ରନ୍ କରିଥିଲା। ଦଳ ପକ୍ଷରୁ ଶୁଭମ୍ ଶତ୍ରୁଜିତ ୩୩, ଅଭିଶେଖ ରାଉତ ୨୮ ଏବଂ ବିପ୍ଳବ ସାମନ୍ତରାୟ ୧୧ ରନ୍ କରିଥିଲେ। ସମ୍ବଲପୁର ପକ୍ଷରୁ ସୁମିତ ଶର୍ମା ୩ ଏବଂ ଆୟୁଷ ବାରିକ ଓ ବିମଲ କୁମାର ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ସମ୍ବଲପୁର ୱାରିୟର୍ସ ୧୧.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲେ। ଆଦିତ୍ୟ ରାଉତ ଓ ପ୍ରୟାସ କୁମାର ସିଂହ ୩୨ ରନ୍‌ ଲେଖାଏଁ କରିଥିଲେ। ବିପ୍ଳବଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଫାଓ  ସଂପାଦକ ଆଶୀର୍ବାଦ ବେହେରା ପ୍ରଦାନ କରିଥିଲେ।


ପୁରୀ ଟାଇଟନ୍ସ, କଟକ ପାନ୍ଥର୍ସ ବିଜୟୀ
Vivan Das 23 September 2025
Share this post
Archive
🏥
Full E-Clinic Setup Service
AI-Powered Healthcare Technology Solutions
Get Started